ଆକାଶ ଯେ ନୀଳ ଜହ୍ନ ଯେ ଧଳା
ତୁମ ନାମ ଟେକ ଜଗତ ସାରା,
ତୁମେ ଅଟ ଆମ ସାହିତ୍ୟ କବି
ତୁମେ ରଚି ଅଛ କେତେ ଯେ ଛବି l
ତୁମ ଜନ୍ମ ହେଲା ଏଇ ଧରା ପୃଷ୍ଠରେ
ଜାଗା କରିଗଲା ସଭିଙ୍କ ମନରେ,
ଓଡ଼ିଆ ଜାତିର ତୁମେ ସନ୍ତାନ
ତୁମେ ଲେଖି ଅଛ ଅମୃତ ସନ୍ତାନ l
ତୁମେ ଲେଖିଅଛ କେତେ ଯେ କବିତା
ପୁଣି କେତେ ଯେ ଗଳ୍ପ କେତେ ସଂହିତା l
ତୁମର ଟେକ ରହିଛି ଆଜି
ସଭିଏଁ ଜାଣନ୍ତି ତୁମେ ଯେ କାନ୍ତକବି l
"ବନ୍ଦେ ଉତ୍କଳ ଜନନୀ" ଲେଖି
ସଭିଙ୍କ ମନରେ ଭରିଛ ପ୍ରୀତି l
ଆମ ଓଡ଼ିଆ ଜାତି ର ତୁମେ ଗର୍ବ ଗୌରବ,
ତୁମ ପାଇଁ ଆମ ମଥା ଯେ ଟେକ l
ଛୋଟ ରୁ ବଡ ଆଜି ପଢ଼ନ୍ତି ଏଠି,
ତୁମେ ଲେଖିଅଛ ଯେତେ କବିତା ରାଜି l
ତୁମେ ପରା ଆମ ଉତ୍କଳ ସନ୍ତାନ
ତୁମ ଟେକ ଆମ ଭାରତ ମାନ,
ତୁମ ଅର୍ଘ୍ୟ ଥାଳି ଲେଖି ଯେ ଗଲ,
ସଭିଙ୍କ ମନ ରେ ଘର ତୋଳିଲ ll
ରଶ୍ମିତା ନାୟକ
କେଶରପୁର


0 Comments